ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ କୃତଜ୍ଞତା ପତ୍ର ଦେଲେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା ପତ୍ର ପଠାଇଛନ୍ତି । ଅକ୍ଷୟଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କୁ ସାହାଯ୍ୟ କରଥିଲେ ସୁବାସ । ଟୁଟୁ ଭୂୟାଁଙ୍କ ପତ୍ନୀ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ସେଠାରୁ କୌଣସି ଖବର ତାଙ୍କୁ ମିଳିନଥିଲା । ସେ ପାଇଁ ଅକ୍ଷୟ ଓଡ଼ିଶା ମୋ ପରିବାର ସଂଯୋଜକଙ୍କ ସହିତ ଯୋଗାଯୋଗ କରିଥିଲେ ।
ବ୍ରହ୍ଣପୁର ମେଡିକାଲରେ ଭର୍ତ୍ତି ପରେ ସୁବାସ ସମସ୍ତ ସହାୟତା ଏବଂ ସାହାଯ୍ୟ କରିଥିଲେ । ଫଳରେ ଭୂୟାଁଙ୍କ ଚିକିତ୍ସା ସୁବିଧା ସହ ମେଡିକାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇପାରିଥିଲା । ଏଥିପାଇଁ ଖିଲାଡ଼ି କୁମାର ଅକ୍ଷୟ ସୁବାଷଙ୍କୁ ଧନ୍ୟବାଦ ଜଣାଇଥିଲେ ।।
BREAKING NEWS
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
Comments are closed.