Latest Odisha News

BREAKING NEWS

ଦେହଜୀବୀଙ୍କୁ ଟିକାକରଣ ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର : ଭୁବନେଶ୍ବରରେ ଟିକାକରଣକୁ ବ୍ୟାପକ କରିବାକୁ ବିଏମସିର ଯୋଜନା । ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ଟାର୍ଗେଟ୍ ହାସଲ କରିବାକୁ ରଖିଛି ଯୋଜନା । ଏଥିପାଇଁ ଟିକାକରଣକୁ ବ୍ୟାପକ କରୁଛି ଭୁବନେଶ୍ବର ମହାନଗର ନିଗମ । ଏହି କ୍ରମରେ ଏବେ ଭୁବନେଶ୍ବରର ଦେହଜୀବୀଙ୍କୁ ଟିକା ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରୁଛି ବିଏମସି ।

ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣରେ ସାମିଲ କରିଛି ବିଏମସି । ଖାସ କରି ଭୁବନେଶ୍ବର ମାଳି ସାହିର ଦେହଜୀବୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିଛି ବିଏମସି । ଟିକାକରଣରେ ଯେମିତି କୌଣସି ବ୍ୟକ୍ତି ବାଦ ନପଡନ୍ତି, ସେଥିପାଇଁ ଦିଆଯାଉଛି ଗୁରୁତ୍ବ । ଆଗକୁ ଅନ୍ୟ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ଅଭିଯାନରେ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ।

Leave A Reply

Your email address will not be published.