ନୂଆଦିଲ୍ଲୀ: ୨୫ ଜୁନ ୧୯୮୩ ଭାରତୀୟ କ୍ରୀଡା ଇତିହାସ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଦିନ ଭାରତୀୟ କ୍ରିକେଟ ବିଶ୍ୱକପ ଜିତି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲା । ବିଶ୍ୱ ବିଜୟୀ ୱେଷ୍ଟଇଣ୍ଡିଜ ଟିମକୁ କପିଳ ଦେବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୪୩ ରନରେ ପରାସ୍ତ କରିଥିଲା । ସାରା ବିଶ୍ୱ ସ୍ତବ୍ଧ ହୋଇ ଯାଇଥିଲା । ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୪.୪ ଓଭରରେ ୧୮୩ ରନ କରି ଅଲଆଉଟ ହୋଇ ଯାଇଥିଲା । କ୍ରିଷ୍ମାଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ ରନ କରିଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ହାର ମାନିଥିଲା ୱେଷ୍ଟଇଣ୍ଡିଜ । ସମ୍ପୂର୍ଣ୍ଣ ଦଳ ୫୨ ଓଭରରେ ୧୪୦ ରନ କରି ଅଲଆଉଟ ହୋଇ ଯାଇଥିଲେ ।
ମଦନ ଲାଲ ୩୧ ରନରେ ୩ଟି, ମହିନ୍ଦର ଅମରନାଥ ୧୨ ରନରେ ୩ଟି ଏବଂ ବଲୱିନ୍ଦୀ ସିଂ ସିନ୍ଧୁ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଅମରନାଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏବେ ବି କପିଳ ଦେବ ଧରିଥିବା ଭିଭିଆନ ରିଚାର୍ଡ୍ସଙ୍କ କ୍ୟାଚ ମନରେ ରୋମାଂଚ ଭରିଦିଏ । ଏହି ସଫଳତା ପରେ ଭାରତର ଗଳି କନ୍ଦିରେ କ୍ରିକେଟର ରାଜୁତି ଆରମ୍ଭ ହୋଇ ଯାଇଥିଲା । ଏହାର ଠିକ୍ ୨୮ ବର୍ଷ ପରେ ୨୦୧୧ରେ ଭାରତ ଏହି ସଫଳତା ଦୋହାରାଇ ଥିଲା ।
BREAKING NEWS
- ତାମିଲନାଡୁ ଗ୍ୟାସ ଲିକ୍ ଘଟଣା; ଆଉ ଜଣେ ଓଡ଼ିଶା ମହିଳାଙ୍କ ମୃତ୍ୟୁ
- ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ପୃଥକ ସ୍ଥାନରୁ ୩ ଗିରଫ
- ଓଲିଉଡରେ ଶୋକର ଛାୟା: ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲୀପ ରାୟଙ୍କ ପରଲୋକ
- ପୃଥିବୀର ସବୁଠାରୁ ପୁରୁଣା ପ୍ରାଣୀ କିଏ? ଯାହାକୁ ଭେଟିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି
- ଭେନେଜୁଏଲାରେ ପ୍ରଳୟଙ୍କାରୀ ଭୂମିକମ୍ପ ପରେ ଥରିଲା ପାକିସ୍ତାନ…
- ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
- Trump visit India: ଖୁବଶୀଘ୍ର ଭାରତ ଆସିବେ ରାଷ୍ଟ୍ରପତି ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସମ୍ପର୍କ ନେଇ କିଛି ଏପରି କହିଲେ ରୁବିଓ…
- Hydrogen Train: ଭାରତ ଟ୍ରାକରେ ଗଡିବ ହାଇଡ୍ରୋଜେନ୍ ଟ୍ରେନ୍, ସଫଳ ହେଲା ହାଇ-ସ୍ପିଡ୍ ପରୀକ୍ଷଣ
- ଦେବସ୍ନାନ ପୂର୍ଣ୍ଣିମା; ପୁରୀରେ ପାର୍କିଂ ପାଇଁ ‘ଫାଷ୍ଟ କମ୍ ଫାଷ୍ଟ୍ ସର୍ଭ’କୁ ଦିଆଯିବ ଗୁରୁତ୍ଵ
- ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

Comments are closed.