ନୂଆଦିଲ୍ଲୀ: କେବଳ ଟିକାକରଣ ଦ୍ୱାରା ହିଁ ମାରାତ୍ମକ ମହାମାରୀ କବଳରୁ ନିଜକୁ ରକ୍ଷା କରାଯାଇପାରିବ। ଟିକା ସମ୍ବନ୍ଧୀୟ ଅଯଥା ଗୁଜବକୁ ବିଶ୍ୱାସ ନକରି ଟିକା ନିଅ। ଆଜି ଲୋକ ମଧ୍ୟରେ ଟିକା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ଏହି ବାର୍ତ୍ତା ଦେଇଥିଲେ।
“ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି – ବିଜ୍ଞାନକୁ ବିଶ୍ବାସ କର। ଆମର ବୈଜ୍ଞାନିକମାନଙ୍କୁ ବିଶ୍ବାସ କର। ଏତେ ସଂଖ୍ୟକ ଲୋକ ଟିକା ନେଇଛନ୍ତି। ମୁଁ ଉଭୟ ଡୋଜ ନେଇଛି। ମୋ ମାଙ୍କର ବୟସ ପ୍ରାୟ ଶହେ ବର୍ଷ, ସେ ବି ୨ଟି ଡୋଜ ଟିକା ନେଇଛନ୍ତି। ଦୟାକରି କୌଣସି ନକାରାତ୍ମକ ଗୁଜବକୁ ବିଶ୍ବାସ କର ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ୍ କୀ ବାତ୍” ର ୭୮ ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିବା ବେଳେ କହିଛନ୍ତି।
Comments are closed.