Latest Odisha News

BREAKING NEWS

ବିଜୁ ମହିଳା ଜନତା ଦଳ ପଦାଧିକାରୀ: ୩ଜଣ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଫୋକସରେ ରଖି ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଗତକାଲି ଜିଲ୍ଲା ପର୍ୟ୍ୟବେକ୍ଷକ ଓ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତି ପରେ ଆଜି ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି ଦଳ । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣ ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ବିଜୁ ମହିଳା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । କସ୍ତୁରୀ ମହାପାତ୍ର ସେକ୍ରେଟେରୀ ଜେନେରାଲ ହୋଇଛନ୍ତି । ୭ ଜଣଙ୍କୁ ଜୋନ୍ ସଭାପତି, ୯ ଜଣଙ୍କୁ ବରିଷ୍ଠ ଉପସଭାପତି, ୨୭ ଜଣଙ୍କୁ ଉପସଭାପତି ଭାବରେ ନିଯୁକ୍ତି ଦେଇଛି ବିଜେଡି ।

ସେହିପରି ୩୫ ଜଣଙ୍କୁ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ, ୩୬ ଜଣଙ୍କୁ ସମ୍ପାଦକ ଓ ୨୮ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି । ୩୩ ଜଣ ଜିଲ୍ଲା ସଭାପତିଙ୍କ ନାଁ ବି ଘୋଷଣା କରିଛି ଦଳ । ତାଲିକାରେ ବିଜେଡି ସୁପ୍ରିମୋ ମୋହର ମାରିବା ପରେ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି ।

Leave A Reply

Your email address will not be published.