Latest Odisha News

BREAKING NEWS

ସ୍ୱଚ୍ଛତା ଦିଗରେ ବଡ ପଦକ୍ଷେପ ପାଇଁ ଫେସବୁକ୍‌ ଓ ଗୁଗୁଲ୍‌କୁ ପ୍ରଶଂସା କଲେ ସରକାର

ନୂଆଦିଲ୍ଲୀ: ସରକାରଙ୍କ ନୂତନ ଆଇଟି ନିୟମ ଲାଗୁ ହେବା ପରେ ଗୁଗୁଲ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ “ଆପତ୍ତିଜନକ ପୋଷ୍ଟ” ହଟାଇବା ସ୍ୱଚ୍ଛତା ଦିଗରେ ଏକ ବଡ ପଦକ୍ଷେପ ବୋଲି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି କହିଛନ୍ତି।

ଫେସବୁକ ୩୦ ମିଲିୟନ୍ ରୁ ଅଧିକ ପୋଷ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଇନ୍‌ଷ୍ଟାଗ୍ରାମ୍‌ ୨ ମିଲିୟନ୍‌ ପୋଷ୍ଟ ହଟାଇଛି। ଗୁଗୁଲ୍ ଓ ୟୁଟ୍ୟୁବ୍ ୫୯,୩୫୦ ଲିଙ୍କ୍ ହଟାଇ ଦେଇଥିବା ଜଣାପଡ଼ିଛି।

ଏହାସହିତ କୁ ଆପ୍‌ ମଧ୍ୟ ୫,୫୦୨ ଅଭିଯୋଗ ମଧ୍ୟରୁ ୧,୨୫୩ଟି ଉପରେ କାର୍ଯ୍ୟ କରିଛି।

ରବି ଶଙ୍କର ପ୍ରସାଦ ଆଜି ଟୁଇଟ୍ କରି କହିଛନ୍ତି, “ନୂତନ ଆଇଟି ନିୟମ ଅନୁସରଣ କରି ଗୁଗୁଲ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ଗୁରୁତ୍ୱପୂର୍ଣ୍ଣ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଦେଖି ଭଲ ଲାଗିଲା।

Comments are closed.