ନୂଆଦିଲ୍ଲୀ: କାହିଁକି ଅମିତାଭଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ ସ୍ବର୍ଗତ ଅଭିନେତା ରିଷି କପୁର। ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଟିନୁ ଆନନ୍ଦ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ ମୋର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୁନିଆ ମେରୀ ଜବ୍ ମୈରେ ଅମିତାଭ ବଚ୍ଚନ ଏବଂ ରିଷି କପୁର ଏକ ସମୟରେ ସେଟ୍ରେ ପହଞ୍ଚିବା ସତ୍ତ୍ବେ ବି ରିଷି କପୁର ଅମିତାଭଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ।
ଏହି ଫିଲ୍ମ ୧୯୭୯ରେ ମୁକ୍ତିଲାଭ କରିଥିଲା। ରିଷି କପୁର ଏହି ଚଳଚ୍ଚିତ୍ର ପାଇଁ ହଁ କହିବାର ଗୋଟିଏ ଦିନ ପରେ ଅମିତାଭଙ୍କ ସହ ଏଥିରେ କାମ କରିବାକୁ ମନା କରି ଦେଇଥିଲେ।
ଯେତେବେଳେ ରିଷି କପୁରଙ୍କୁ ମୁଁ କହିଥିଲି ଯେ ଅମିତାଭ ବଚ୍ଚନଙ୍କୁ ଫିଲ୍ମର କାହାଣୀ ବିଷୟରେ ବର୍ଣ୍ଣନା କରିବି ସେତେବେଳେ ସେ ବହୁତ ଖୁସି ଥିଲେ। ଏହାପରେ ସେଦିନ ରାତିରେ ସେ ଏକ ପାର୍ଟିକୁ ଯାଇଥିଲେ ଏବଂ ତାଙ୍କ ସାଥୀରେ ଥିଲେ କ୍ୟାମେରାମ୍ୟାନ-ନିର୍ଦ୍ଦେଶକ ସୁଦର୍ଶନ ନାଗ। ତେବେ ପରଦିନ ଟିନ୍ନୁଙ୍କ ଫିଲ୍ମ ପାଇଁ ରିଷି ଓ ଅମିତାଭଙ୍କୁ ସାଇନ୍ କରିବାକୁ ଥିଲା। ତେବେ ଏଥିପାଇଁ ସେ ଏତେ ଖୁସି କାହିଁକି ହେଉଛନ୍ତି ବୋଲି ନାଗ୍ ତାଙ୍କୁ ପ୍ରଶ୍ନ କରିଥିଲେ। ତେବେ ନାଗ୍ଙ୍କ ଏହି ପ୍ରଶ୍ନ ହୁଏତ ରିଷିଙ୍କ ମନ ପରିବତ୍ତର୍ନ କରିଦେଇଥିଲା।
ସେ ଆହୁରି କହିଛନ୍ତି ଯେ ନାଗ୍ଙ୍କ ମନ୍ତବ୍ୟ ହିଁ ରିଷିଙ୍କ ମନ ବଦଳାଇ ଦେଇଥିଲା ଏବଂ ଅମିତାଭଙ୍କୁ ବଦଳାଇଲେ ହିଁ ସେ ଫିଲ୍ମ କରିବେ ବୋଲି ନିର୍ମାତାମାନଙ୍କୁ ସେ କହିଥିଲେ।
Comments are closed.