Latest Odisha News

BREAKING NEWS

ଓଡ଼ିଶାରେ ICU ଓ ଭେଣ୍ଟିଲେଟରରେ କେତେ ରୋଗୀ ଅଛନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ସଂକ୍ରମଣ କମୁଥିବାରୁ କୋଭିଡ୍ ହସ୍ପିଟାଲରୁ କମିଛି ବେଡ୍ ଚାପ । ଏବେ ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ୫୫ ରୁ ୬୦ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି ।

ଆଇସିୟୁରୁ ୩୦ ପ୍ରତିଶତ ପେସେଣ୍ଟ ଭେଣ୍ଟିଲେଟରକୁ ଯାଆନ୍ତି । ଯେତେ ପର୍ୟ୍ୟନ୍ତ କ୍ରିଟିକାଲ ପେସେଣ୍ଟ ଅଛନ୍ତି ମୃତ୍ୟୁସଂଖ୍ୟା ବର୍ତ୍ତମାନ ଭଳି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେହିପରି ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ମୁଖ୍ୟତଃ ତିନିଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି । ଟିକାକରଣ ବୃଦ୍ଧି, ସର୍ଭେଲାନ୍ସ ଜାରି ରଖିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବା ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ।

ଫୋକସ ରହିବ ଶିଶୁମାନଙ୍କ ଚିକିତ୍ସା । ଶିଶୁଙ୍କୁ ଟ୍ରେନିଂ କାର୍ୟ୍ୟ ଆରମ୍ଭ ହୋଇଛି । ଉପକୂଳ ଜିଲ୍ଲାରେ ବିଳମ୍ବରେ ସଂକ୍ରମଣ ପିକ୍ ନେଇଥିଲା । ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ କମିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.