Latest Odisha News

BREAKING NEWS

ଭାରତୀୟ ଯାତ୍ରୀଙ୍କ ଉପରୁ ପ୍ରବେଶ ନିଷେଧ ହଟାଇଲା ଜର୍ମାନୀ

ନୂଆଦିଲ୍ଲୀ: ଭାରତ ସମେତ ଅନ୍ୟ ଚାରିଟି ଦେଶ ଉପରୁ ବ୍ୟାନ୍‌ ହଟାଇଲା ଜର୍ମାନୀ। ଏଣିକି ଏହି ଚାରିଟି ଦେଶରରୁ ଯାତ୍ରୀଙ୍କ କଟକଣା କୋହଳ କଲା ଜର୍ମାନୀ।

ଏହି ଦେଶଗୁଡ଼ିକରେ ଡେଲ୍‌ଟା ଭାରିଆଣ୍ଟର ଦ୍ରୁତ ପ୍ରଭାବକୁ ନେଇ ଯାତ୍ରୀଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଥିଲା ଜର୍ମାନୀ। ତେବେ ଯାତ୍ରା ଉପରେ ପ୍ରତିବନ୍ଧକକୁ ହ୍ରାସ କରିବାକୁ ଜର୍ମାନୀ ଘୋଷଣା କରିଛି।

ଭାରତରେ ଜର୍ମାନ ରାଷ୍ଟ୍ରଦୂତ ୱାଲ୍ଟର ଜେ ଲିଣ୍ଡନର୍ କହିଛନ୍ତି, “ଭାରତରୁ ଯାତ୍ରୀମାନଙ୍କ ପାଇଁ ଯାତ୍ରା ପ୍ରତିବନ୍ଧକକୁ ହ୍ରାସ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି।

ସୋମବାର ଦିନ ଜର୍ମାନୀର ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ କୋଭିଡ-୧୯ ର ଡେଲଟା ଭାରିଆଣ୍ଟ ଦ୍ୱାରା ବ୍ରିଟେନ, ଭାରତ ଏବଂ ଅନ୍ୟ ତିନୋଟି ଦେଶରୁ ଅଧିକାଂଶ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ହଟାଯିବ।

Comments are closed.