Latest Odisha News

ପୁଣି ତେଲୁଗୁ ଫିଲ୍ମକୁ ବ୍ୟାକ୍‌ କରୁଛନ୍ତି ତାପସୀ

ମୁମ୍ବାଇ: ପୁଣି ତେଲୁଗୁ ଫିଲ୍ମକୁ ବ୍ୟାକ୍‌ କରୁଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ସେ ତେଲୁଗୁ ଚଳଚ୍ଚିତ୍ର ଜୁମାଣ୍ଡି ନାଡାମରେ ଡେବ୍ୟୁ କରିଥିଲେ। ତେବେ ତାପସୀ ପୁଣି ଥରେ ତେଲୁୁଗୁ ଫିଲ୍ମକୁ ଫେରିଛନ୍ତି।

ସେ ମିଶନ୍ ଇମ୍ପସିବଲ୍ ନାମକ ଏକ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବେ। ନିର୍ଦ୍ଦେଶକ ସ୍ବରୂପ ଆରଏସଜେ ଏହାର ନିର୍ଦ୍ଦେଶନା ଦେବେ। ଏହି ଚଳଚ୍ଚିତ୍ରଟି ଆନ୍ଧ୍ରପ୍ରଦେଶର ତିରୁପତିଠାରେ ନିର୍ମିତ ହେବ। ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Comments are closed.