Latest Odisha News

BREAKING NEWS

ଭଦ୍ରକ ଏନସି ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବିଧାୟକ

ଭଦ୍ରକ : ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବିଧାୟକ । ବିଦ୍ୟାଳୟକୁ ସ୍ମାର୍ଟ କରିବା ସହ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୧ କୋଟିରୁ ଅଧିକ ଟଙ୍କା । ଭଦ୍ରକ ସହରର ସବୁଠୁ ପୁରୁଣା ପୁରୁଣାବଜାର ସ୍ଥିତ ଏନସି ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଏନସି ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟକୁ ଯାଇ ସ୍ଥିତି ପରଖିଛନ୍ତି । ଏହାସହ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ସହ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରଛନ୍ତି ।

ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତୀକରଣ ପାଇଁ ପ୍ରାୟ ୧ କୋଟି ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଭଦ୍ରକ ପୌରପାଳିକା ଓ ଆର ଏଣ୍ଡ ବି ତରଫରୁ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ବିଦ୍ୟାଳୟର ଉନ୍ନତୀକରଣ ସହ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବା ପାଇଁ ସ୍କୁଲରେ ଫାଙ୍କା ପଡିଥିବା ବିଭିନ୍ନ ପଦବୀ ପୂରଣ କରାଯିବ । ସେହିପରି ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ।

Comments are closed.