Latest Odisha News

BREAKING NEWS

ଟିକା ସଙ୍କଟ, କାଲି ୧୦ ଜିଲ୍ଲା ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଟିକା ଦେଉନି କେନ୍ଦ୍ର । ସଠିକ୍ ସମୟରେ କେନ୍ଦ୍ର ଟିକା ପଠାଉନଥିବାରୁ ରାଜ୍ୟରେ ଦେଖାଦେଇଛି ଟିକା ସଙ୍କଟ । ଆବଶ୍ୟକ ପରିମାଣର ଟିକା ମହଜୁଦ ନଥିବାରୁ ଆସନ୍ତାକାଲି ରାଜ୍ୟର ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକାକରଣ ବନ୍ଦ ହେବାକୁ ଥିବା ଜିଲ୍ଲା ହେଲା, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡ଼ା ଓ ସୋନପୁର ।

ଆଜି ରାଜ୍ୟରେ ୯୩ ହଜାର ୩୩୪ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଏବେ ୫୯ ହଜାର ୯୨୦ ଡୋଜ କୋଭିସିଲ୍ଡ ଟିକା ମହଜୁଦ ଥିବା ବେଳେ, ୩ ଲକ୍ଷ ୯୩ ହଜାର୧୦ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୩୨ ଲକ୍ଷ ୭୨ ହଜାର ୬୩୮ ଜଣ ଟିକା ନେଇ ସାରିଲେଣି । ତେବେ ଟିକା ସଙ୍କଟକୁ ଦୂର କରିବା ପାଇଁ କେନ୍ଦ୍ର ଅଧିକ ଟିକା ପଠାଇବାକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

Comments are closed.