Latest Odisha News

BREAKING NEWS

ଆଜି ହୀରାକୁଦ ଡ୍ୟାମ୍ ଛାଡ଼ିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ । ଦିନ ୧୧ଟା ବେଳେ ଜଳ ନିଷ୍କାସନ ନେଇ ସମୟ ଧାର୍ୟ୍ୟ ହୋଇଛି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍ ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହାପରେ ଆଉ କେତୋଟି ଗେଟ୍ ଖୋଲାଯିବ ସେନେଇ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ।

ପ୍ରଥମ ପର୍ଯ୍ୟାୟରେ ୭ରୁ ୧୦ଟି ଗେଟ୍ ଦେଇ ହୀରାକୁଦ ପାଣି ନିଷ୍କାସନ ହୋଇପାରେ । ହୀରାକୁଦର ବନ୍ୟା ପାଣି ମୁଣ୍ଡୁଳୀରେ ପହଞ୍ଚିବାକୁ ୪୮ ଘଣ୍ଟା ଲାଗିବ । ଏଥିପାଇଁ ତଳି ଅଞ୍ଚଳର ଲୋକଙ୍କୁ ଆଲର୍ଟ କରାଯାଇଥିଲା ।

ଆଗକୁ ବର୍ଷା ଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଥମ ବନ୍ୟାଜଳ ଛଡ଼ାଯାଉଛି । ମହାନଦୀ ଅବବାହିକାରେ ଥିବା ୧୨ ଜିଲ୍ଲା ପ୍ରଶାସନକୁ ସୂଚନା ବି ଦିଆଯାଇଥିଲା । ତେବେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ।

Leave A Reply

Your email address will not be published.