Latest Odisha News

BREAKING NEWS

ଦେଶରେ ବଢୁଥିବା ପେଟ୍ରୋଲ ଦର ଏକ ବଡ ସମସ୍ୟା; ନୀତିନ ଗଡକରୀ

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଦେଶରେ ବଢୁଥିବା ପେଟ୍ରୋଲ ମୂଲ୍ୟ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନାଗପୁରରେ ଭାରତର ପ୍ରଥମ ବେସରକାରୀ ଏଲଏନଜି ଫାସିଲିଟି କାରଖାନାର ଉଦଘାଟନ ସମୟରେ ଗଡକରୀ ଏହା କହିଛନ୍ତି। ଆଗାମୀ ଦିନରେ ତେଲ ଦରକୁ କମ୍ କରିବାକୁ ହେଲେ ଏଲଏନଜି, ସିଏନଜି କିମ୍ୱା ଇଥାନୋଲ ବ୍ୟବହାର କରିବା ଦରକାର ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଦେଶରେ ବର୍ଦ୍ଧିତ ତୈଳ ଦର ଏକ ବଡ ସମସ୍ୟା ସୃଷ୍ଟି କରିଛି। ଲୋକମାନେ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏଥିପାଇଁ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଏଣିକି ଲୋକଙ୍କ ପାଇଁ ପେଟ୍ରୋଲ ପମ୍ପରେ ଦୁଇଟି ବିକଳ୍ପ ରହିବ। ଗୋଟିଏ ହେଉଛି ପେଟ୍ରୋଲ ଓ ଅନ୍ୟଟି ଇଥାନୋଲ । ନିଜ ପସନ୍ଦ ଅନୁଯାୟୀ ଗ୍ରାହକ ତେଲ ପକାଇପାରିବେ।

ସେ କହିଛନ୍ତି ଯେ ପେଟ୍ରୋଲ ଲିଟର ପିଛା ୧୧୦ରୁ ଅଧିକ ହେବା ବେଳେ ଇଥାନୋଲ ଲିଟର ପିଛା ୬୦ ଟଙ୍କା ହେବ।

Comments are closed.