Latest Odisha News

ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରେ ଡିସିଜିଆଇ

ନୂଆଦିଲ୍ଲୀ : ଜରୁରୀକାଳୀନ ବ୍ୟବହାର ଲାଗି ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି କୋଭିଡ ଟିକା ଦେବା ଲାଗି ଡିସିଜିଆଇ ଏହି ପଦକ୍ଷେପ ନେବେ । ଆସନ୍ତା କିଛି ଦିନ ଭିତରେ ଏନେଇ ପଦକ୍ଷେପ ନେବେ ଡିସିଜିଆଇ । ବର୍ତ୍ତମାନ ସୁଦ୍ଧା ଜାଇକୋଭ-ଡିକୁ ୧୨ ବର୍ଷରୁ ଅଧିକ ପିଲା ଓ ବିଭିନ୍ନ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହି ଟିକା ପରୀକ୍ଷିତ ହୋଇଛି ।

ଜାଇଡସ କାଡିଲାର ଟିକା ଜାଇକୋଭ-ଡି’ର ସଫଳ ପ୍ରଭାବ ବି ପରିଲକ୍ଷିତ ହୋଇଛି । ପରୀକ୍ଷା କରାଯାଇଥିବା ରିପୋର୍ଟକୁ ଦାଖଲ କରାଯାଇଛି ଏବଂ ଏହି ଟିକାର ବ୍ୟବହାର ନେଇ ସବୁଜ ସଙ୍କେତ ମିଳିପାରେ ବୋଲି ଆଶା କରାଯାଉଛି । ଗତ ୯ ତାରିଖରେ ଟିକାଦାନ ସଂକ୍ରାନ୍ତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡାକ୍ତର ଏନ.କେ. ଆରୋରା କହିଥିଲେ ଯେ, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦେବା ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ।

Comments are closed.