Latest Odisha News

BREAKING NEWS

ବାହାଘର ପୂର୍ବରୁ ୧୫ ଦିନ ବାଇକରେ ବୁଲିଲେ ବାପା, ଝିଅ

ଅହମ୍ମଦାବାଦ: ଅହମ୍ମଦାବାଦର ଏକ ବାପ ଝିଅର ବାହାଘର ପୂର୍ବରୁ ସ୍ମରଣୀୟ ଉପହାର ଦେଇଛନ୍ତି । ଯାହା କି ସମସ୍ତଙ୍କ ପାଇଁ ଏକପ୍ରକାର ପ୍ରେରଣା ସାଜିଛି କହିଲେ ଭୁଲ ହେବ ନାହିଁ । ଗୁଜରାଟର ପ୍ରତିଷ୍ଠିତ ବ୍ୟବସାୟୀ ପ୍ରକାଶ ପଟେଲ ତାଙ୍କ ଝିଅ ପ୍ରିୟଲଙ୍କୁ ଜୀବନଠାରୁ ବେଶୀ ଭଲ ପାଆନ୍ତି । ଝିଅର ବାହାଘର ଫାଇନାଲ ହେବା ପରେ ପ୍ରକାଶ ଭାଙ୍ଗି ପଡିଥିଲେ । ପ୍ରିୟଲ ବାହାଘର ପରେ ଅଷ୍ଟ୍ରେଲିଆରେ ରହିବା ନିଶ୍ଚିତ ହୋଇ ଯାଇଥିଲା । ତେବେ ବାହାଘର ପୂର୍ବରୁ ବାକି ଦିନ ଏକତ୍ର ସମୟ କାଟିବା ପାଇଁ ଉଭୟ ବାପା ଏବଂ ଝିଅ ବାଇକରେ ବୁଲିବାକୁ ବାହରିଥିଲେ ।

୧୫ ଦିନ ମଧ୍ୟରେ ସେମାନେ ସୋନମାର୍ଗ, ଲେହ, ମନାଲୀ ସମେତ ୧୫୮୪ କିଲୋମିଟର ବୁଲିଲେ । ପ୍ରୟଲଙ୍କ ମତରେ ଏହା ବୋଧହୁଏ ମୋ ପାଇଁ ବାପାଙ୍କ ପକ୍ଷରୁ ସର୍ବଶ୍ରେଷ୍ଠ ଉପହାର । ଜୀବନ ଯାକ ଏହି ସ୍ମରଣୀୟ ଦିନ ଆମେ ଭୁଲିପାରିବୁ ନାହିଁ ବୋଲି କହି ଭାବପ୍ରବଣ ହୋଇ ପଡିଥିଲେ । ଏହି ବୁଲିବା ସମୟରେ ଝିଅର ସମସ୍ତ ପସନ୍ଦ ପ୍ରକାଶ ଯୋଗାଇଦେବା ପାଇଁ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.