ଜୟପୁର: ପୌରାଣିକ ଯୁଗର ରାମାୟଣରେ ବର୍ଣ୍ଣିତ କୁମ୍ଭକର୍ଣ୍ଣର ପ୍ରବୃତି ବିଷୟରେ ତ ସମସ୍ତେ ଅବଗତ ଥିବେ। ବର୍ଷରେ ୬ ମାସ ଶୋଉଥିଲେ କୁମ୍ଭକର୍ଣ୍ଣ। ତେବେ ବର୍ତ୍ତମାନ ସମୟରେ ବି ସେମିତି ପ୍ରବୃତି ଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା ହେଉଛି। ରାଜସ୍ଥାନର ନାଗୌରର ବାସିନ୍ଦା ପୁରଖାରାମ ବର୍ଷକୁ ୩୦୦ ଦିନ ଶୁଅନ୍ତି।
ତେବେ ସାଧାରଣ ମଣିଷ ଦିନକୁ ଆଠ ଘଣ୍ଟା ଶେଇଥାଏ। ଯାହାକୁ ଏକ ସୁସ୍ଥ ଜୀବନଶୈଳୀର ଅଂଶ ଭାବେ ବିବେଚନା କରାଯାଏ। ପୁରଖାରାମଙ୍କ ଏହି ଶୋଇବା ପ୍ରବୃତିକୁ ଏହା ବୋଧହୁଏ ୨୩ ବର୍ଷ ପୂର୍ବେ ଚିହ୍ନଟ ହୋଇଥିବା ଏକ ବିରଳ ବ୍ୟାଧିର ଲକ୍ଷଣ ବୋଲି କୁହାଯାଉଛି।
୪୨ ବର୍ଷ ବୟସ୍କା ପୁରଖାରାମ ଏକ ବିରଳ ରୋଗରେ ପୀଡିତ। ଯାହା ଅକ୍ସିସ୍ ହାଇପରସୋମନିୟା ଭାବରେ ଜଣାଶୁଣା। ଯେଉଁଥିପାଇଁ ସେ ଅଧିକ ଦିନ ଶୋଇ ରହୁଥିବା ଜଣାପଡ଼ିଛି। ୨୩ ବର୍ଷ ପୂର୍ବେ ସେ ଏହି ବିରଳ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଏହି ବିରଳ ଅବସ୍ଥା ହେତୁ, ପୁରଖାରାମ ମାସକୁ ମାତ୍ର ପାଞ୍ଚ ଦିନ ତାଙ୍କ ବ୍ୟବସାୟ ଚଳାନ୍ତି। କାରଣ ସେ ଥରେ ଶୋଇଲା ମାତ୍ରେ ତାଙ୍କୁ ଉଠାଇବା ବଡ଼ କଷ୍ଟକର ବ୍ୟାପାର ହୋଇଥାଏ।
Comments are closed.