Latest Odisha News

ପାକିସ୍ତାନରେ ପୁନର୍ବାର ଆତଙ୍କବାଦୀ ଆକ୍ରମଣ, ଏଥର ଟାର୍ଗେଟରେ ଚୀନ ଇଞ୍ଜିନିୟର

କରାଚୀ: କ୍ରମାଗତ ଦ୍ୱିତୀୟ ଦିନ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବୁଧବାର ଚୀନର ଇଞ୍ଜିନିୟର ଓ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସରେ କୋହିସ୍ତାନ ନିକଟରେ ବିସ୍ଫୋରଣ ଘଟିଥିଲା । ଏଥିରେ ୮ଜଣଙ୍କ ମୃତ୍ୟୁ ଘଟିଛି । ଦସୁ ଡ୍ୟାମରେ କାମ କରୁଥିବା ୩୦ ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏହି ବସ ଯାଉଥିଲା ।

ଅଧା ବାଟରେ ଯୋଜନା ମୁତାବକ ରଖାଯାଇଥିବା ଆଇଡିକୁ ଆତଙ୍କବାଦୀମାନେ ବିସ୍ଫୋରଣ କରାଇଥିଲେ । ପାକିସ୍ତାନ ସେନା ବସର ସୁରକ୍ଷା ଦାୟିତ୍ୱରେ ଥିଲେ । ଘଟଣାର ତଦନ୍ତ ଜୋରସୋରରେ ଆରମ୍ଭ ହୋଇଛି ।

Comments are closed.