Latest Odisha News

BREAKING NEWS

ବିଶ୍ୱରେକର୍ଡର ଅଧିକାରୀ ହେଲେ ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କ୍ରିକେଟର ସିମି ସିଂ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କ୍ରିକେଟର ସନୀ ସିଂ ଆଜି ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଶତକ ହାସଲ କରିବା ସହ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।

ତେବେ ତାଙ୍କର ଆକର୍ଷଣୀୟ ଶତକ ସତ୍ୱେ ଆୟର୍ଲାଣ୍ଡ ଏହି ମ୍ୟାଚରେପରାଜିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୪୭ ରନ କରିଥିଲା । ଜବାବରେ ଆୟର୍ଲାଣ୍ଡ ୪୭.୧ ଓଭରରେ ୨୭୬ ରନ କରି ଅଲଆଉଟ ହୋଇ ଯାଇଥିଲା । ସିମିଙ୍କ ପୂର୍ବରୁ କ୍ରିସ ୱକ୍ସ ଓ ସାମ କୁରାନ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଉଭୟ ୯୫ରନ କରି ଅପରାଜିତ ରହିଥିଲେ ।

Leave A Reply

Your email address will not be published.