Latest Odisha News

BREAKING NEWS

ଦେଶରେ ପ୍ରଥମ ବାର୍ଡଫ୍ଲୁ ଜନିତ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ସାମ୍ନାକୁ ଆସିଛି ପ୍ରଥମ ବାର୍ଡଫ୍ଲୁ ଜନିତ ମୃତ୍ୟୁ । ଦିଲ୍ଲୀସ୍ଥିତ ଏମସରେ ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁରେ ପ୍ରାଣ ହରାଇଛନ୍ତି ଜଣେ ୧୧ ବର୍ଷ ବୟସ୍କ ବାଳକ । ବାଳକ ଜଣକ ପ୍ରାଣ ହରାଇବା ପରେ ତାଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, କର୍ମଚାରୀଙ୍କୁ ଆଇସୋଲେସନରେ ରଖାଯାଇଛି ।

ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି, ବାର୍ଡଫ୍ଲୁ ଜନିତ ମୃତ୍ୟୁ ବେଳେବେଳେ ହୋଇଥାଏ । ଏ କ୍ଷେତ୍ରରେ ମୃତ୍ୟୁହାର ପ୍ରାୟ ୬୦ ପ୍ରତିଶତ ହୋଇଥାଏ । ଚଳିତ ବର୍ଷ ପ୍ରାରମ୍ଭରେ ଦେଶର କିଛି ସ୍ଥାନରେ ବାର୍ଡଫ୍ଲୁ ହୋଇଥିଲା । ହରିଆଣାରେ ବିଶେଷଜ୍ଞମାନେ ଏନେଇ H5N8 ଭାଇରସକୁ ଚିହ୍ନଟ କରିଥିଲେ । ଦିଲ୍ଲୀ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ହରିଆଣା ସମେତ ୧୦ ରାଜ୍ୟରେ ଏହି ଭୂତାଣୁ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ଆଲର୍ଟ ଜାରି କରିଥିଲେ । ସଂକ୍ରମଣ ରୋକିବାକୁ ହଜାର ହଜାର କୁକୁଡାଙ୍କୁ ମାରି ଦିଆଯାଇଥିଲା ।

Leave A Reply

Your email address will not be published.