Latest Odisha News

ବଡ଼ ଖବର: ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ ଡ଼ାକ୍ତର ଦାମୋଦର ରାଉତ

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ଼ାକ୍ତର ଦାମୋଦର ରାଉତ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ନୂଆଦିଲ୍ଲୀଠାରେ ଡ଼ାକ୍ତର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବା ବେଳେ ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ବିଜେପିରେ ଯୋଗଦେଇଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ବୈଜୟନ୍ତ ପଣ୍ଡାଙ୍କ ପରେ ଡ଼ାକ୍ତର ରାଉତ ହେଉଛନ୍ତି ୨ୟ ବରିଷ୍ଠ ପୂର୍ବତନ ବିଜେଡ଼ି ନେତା ଯିଏକି ଗୈରିକ ଦଳରେ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯୋଗଦାନ କରିଛନ୍ତି ।

Comments are closed.