Latest Odisha News

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହାଣିଲେ ଦୁର୍ବୃତ୍ତ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ପୁରୀ : ପୁରୀ ବାସେଲି ସାହି ଥାନା ଓଡ଼ିଆ ମଠ ନିକଟରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୪ରୁ ୫ଜଣ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାସେଳି ସାହି ଓଡ଼ିଆ ମଠ ନିକଟ ଜିତେନ୍ଦ୍ର ପୁରୋହିତ ।

ଆଜି ସନ୍ଧ୍ୟାରେ ଜିତେନ୍ଦ୍ର ନିକଟସ୍ଥ ବଡ଼ ପୋଖରୀ ଜାଗାକୁ ଯାଇଥିଲେ । ହେଲେ ଏହି ଜାଗା ନିକଟରେ ପୂର୍ବରୁ ଲୁଚି ରହିଥିଲେ ୪ରୁ ୫ ଜଣ ଦୁର୍ବୃତ୍ତ । ଜିତେନ୍ଦ୍ର ପହଞ୍ଚିବା କ୍ଷଣି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଏହି ଦୁର୍ବୃତ୍ତ । ଖବର ପାଇ ବାସେଳି ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରି ମେଡିକାଲ୍ ଆଣିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଜିତେନ୍ଦ୍ରଙ୍କ ପରିବାର ସହିତ କିଛି ଯୁବକଙ୍କର ଗଣ୍ଡଗୋଳ ଘଟି ଥାନାରେ ମାମଲା ଚାଲିଛି । ଏହି କାରଣକୁ ନେଇ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.