ମୁମ୍ବାଇ: ଅଶ୍ଲୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗତ ୨୩ ତାରିଖରେ ବିଶିଷ୍ଟ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଥିଲେ ବମ୍ବେ ହାଇକୋର୍ଟ। ଏହାକୁ ବଢାଯାଇ ଜୁଲାଇ ୨୭ ଯାଏ କରାଯାଇଥିଲା। ଆଜି ରାଜ୍ଙ୍କ ରିମାଣ୍ଡ ଶେଷ ହେବାକୁ ଯାଉଛି।
ଆଜି ରାଜ୍ କୋର୍ଟରେ ପୋଲିସର ହେପାଜତକୁ ଚ୍ୟାଲେଞ୍ଜ କରିବା ସହ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଜାମିନ ମାଗିବେ। ପୋଲିସ ହାଜତରେ ଆଜି ରାଜ୍ଙ୍କ ଶେଷ ଦିନ ହେବ ନା ରିମାଣ୍ଡ ଅବଧି ଆହୁରି ବଢିବ ସେ ନିଷ୍ପତ୍ତି କୋର୍ଟ ନେବେ। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ୪୫ ବର୍ଷ ବୟସ୍କା କୁନ୍ଦ୍ରାଙ୍କୁ ଜୁଲାଇ ୧୯ ରେ ମୁମ୍ବାଇ ପୋଲିସ ଗିରଫ କରିଥିଲା।
Comments are closed.