Latest Odisha News

BREAKING NEWS

ବସକୁ ପଛରୁ ଧକ୍କା ଦେଲା ଟ୍ରକ୍, ୧୮ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଠିଆ ହୋଇଥିବା ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ଲୋକ ଆହତ ହୋଇଛନ୍ତି । ଅଯୋଧ୍ୟା-ଲକ୍ଷ୍ନୌ ହାଇଓ୍ୱେରେ ବାରବାଙ୍କୀର ରାମସମେନୀ ନିକଟରେ ବିଳମ୍ବିତ ରାତିରେ ହୋଇଛି ।

ବସଟି ହରିୟାଣାର ପଲଭରରୁ ଶ୍ରମିକଙ୍କୁ ନେଇ ବିହାର ଆସୁଥିଲା । ବସରେ ୧୪୦ ଜଣ ଯାତ୍ରୀ ଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତାହତମାନେ ପଞ୍ଜାବ ଓ ହରିୟାଣାରେ ଶ୍ରମିକ ଭାବରେ କାମ କରୁଥିଲେ । ନିଜ ଘର ବିହାରକୁ ଫେରିବା ବେଳେ ଅଧାବାଟରେ ଅପେକ୍ଷା କରିଥିଲା ମୃତ୍ୟୁ ।

ବସରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏକ ଢାବା ପାଖରେ ଅଟକିଥିଲା । ଏତିକିବେଳେ ଦ୍ରୁତଗତିରେ ଆସୁଥିବା ଟ୍ରକ ପଛରୁ ଧକ୍କା ଦେଇଥିଲା । ଏତେ ଜୋରରେ ଧକ୍କା ଦେଇଥିଲା ଯେ ବସ ଭିତରୁ ଲୋକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଆହତଙ୍କ ଭିତରୁ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ।

Leave A Reply

Your email address will not be published.