Latest Odisha News

BREAKING NEWS

ନୃସିଂହ ତରାଇଙ୍କ ଇଂରାଜୀ କବିତା ସଙ୍କଳନ ‘ଏ ପାମଫୁଲ ଅଫ ପେନ’ ଉନ୍ମୋଚିତ

ଭୁବନେଶ୍ୱର : ବ୍ଲାକ ଇଗଲ ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବି ନୃସିଂହ ତରାଇଙ୍କ ଇଂରାଜୀ କବିତା ପୁସ୍ତକ ‘ଏ ପାମଫୁଲ ଅଫ ପେନ’ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପରିସରରେ , ଏକାଡ଼େମୀର ସଭାପତି ବିଶିଷ୍ଟ କବି ହୃଷିକେଶ ମଲ୍ଲିକ ଓ ସଚିବ, ବରି ପ୍ରଶାସକ ତଥା କବି ପ୍ରବୋଧ ରାଉତଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉଭୟ ଲୋକାର୍ପିତ ହୋଇଯାଇଛି ।

ଏହି ଅବସରରେ ଅତିଥିମାନେ କବି ଶ୍ରୀ ତରାଇଙ୍କର କବିତା ପୁସ୍ତକକୁ ପ୍ରଶଂସା କରିବା ସହିତ , ତାଙ୍କ କବିତାରେ ବାସ୍ତବାଦୀ ତଥା ମଣିଷ ଜୀବନର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳେ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଇଂରାଜୀ କବିତା ପୁସ୍ତକଟି ଏକ ଅନୁବାଦ କବିତା ସଙ୍କଳନ । ଶ୍ରୀ ତରାଇଙ୍କର ୪ଟି ଓଡ଼ିଆ କବିତା ସଙ୍କଳନ ଶବ୍ଦ ତରଙ୍ଗ , ଗୁମ ଖାଏ ମାଟି , ଅନ୍ଧାରରେ ଆର ପାଖ ଓ ଆକାଶରେ ମେଘ ନାହିଁରୁ କେତେକ ନିର୍ବାଚିତ କବିତାକୁ ନେଇ ଏହି ସଙ୍କଳନଟି ପ୍ରକାଶ ପାଇଛି । ସାହିତ୍ୟିକ କୃଷ୍ଣ ବଳ ଏହି କବିତାଗୁଡ଼ିକ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ ସାହୁ, ରବି ରାୟ, ପ୍ରଦୀପ ମିଶ୍ର, ଚିନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.