Latest Odisha News

BREAKING NEWS

ଏକବିଂଶ ଶତାବ୍ଦୀରେ ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ପାଡିକଲ

ନୂଆଦିଲ୍ଲୀ:ଏକବିଂଶ ଶତାବ୍ଦୀର ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ଦେବୀଦତ ପାଡିକଲ । ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସଥିବା ୬ଜଣ ଖେଳାଳି ବାଦ୍ ପଡିବା ପରେ ପାଡିକଲଙ୍କୁ ସୁଯୋଗ ମିଳିଥିଲା । ପାଡିକଲ ୭ ଜୁଲାଇ ୨୦୦୦ରେ ଜନ୍ମ ଗ୍ରହଣ କରିଥିଲେ ।

ତେବେ ଆନ୍ତର୍ଜାତୀୟସ୍ତରରେ ଏକବିଂଶ ଶତାବ୍ଦୀର ଆଫଗାନିସ୍ତାନର ମୁଜିବ ଜାଡ୍ରାନ ୨୦୧୭ରେ ପ୍ରଥମ ପୁରୁଷ ଆନ୍ତର୍ଜାତୀୟ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ମହିଳା ଖେଳାଳି ଭାବେ ଭାରତର ଶେଫାଳୀ ବର୍ମା, ଜେମି ରୋଡ୍ରିଗ୍ୟୁଜ ଏକବିଂଶ ଶତାବ୍ଦୀର କ୍ରିକେଟର ହେବା ସୌଭାଗ୍ୟ ହାସଲ କରି ସାରିଛନ୍ତି ।

Leave A Reply

Your email address will not be published.