Latest Odisha News

BREAKING NEWS

ଗାଡି ଯାଞ୍ଚ ବେଳେ ୪୨୦କେଜି ଗଞ୍ଜେଇ ଜବତ

ଗୁଣୁପୁର : ପଦ୍ମପୁର ଏବଂ କେନ୍ଦୁଗୁଡା ପୋଲିସର ମିଳିତ ଚଢ଼ାଉ ବେଳେ ୪୨୦କେଜି ଗଞ୍ଜେଇ ଜବତ  । ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସର ମିଳିତ ଉଦ୍ୟମରେ ପୁଣି ଏକ ସଫଳତା  । କେନ୍ଦୁଗୁଡା ଠାରେ ପୋଲିସର ଗାଡି ଯାଞ୍ଚ ଚାଲିଥିବା ବେଳେ ଏକ ଟ୍ରକକୁ ଅଟକାଇ ୪୨୦କେଜି ଗଞ୍ଜେଇ ଜବତ କରାଯାଇଛି । ସେମାନଙ୍କ ପୁଣି ଥାନାକୁ ନେଇ ଅଧିକ ପଚରା ଉଚୁରାରୁ ଜଣାଗଲା କେନ୍ଦୁଗୁଡାଠାରୁ ଝାରଖଣ୍ଡକୁ ଦୁଇଟି ଗାଡ଼ିରେ ଆସିଥିଲେ । ସେମାନଙ୍କ ଠାରୁ ଗଞ୍ଜେଇ ସହ ୬ଟି ମୋବାଇଲ ଓ ନଗଦ ୧ ଲକ୍ଷ ୧ ହଜାର ୩ ଶହ ଟଙ୍କା ଜବତ କରିବା ସହ ୫ ଜଣକୁ ଗିରଫ କରିଛି ପୋଲିସ ।

ଓଡିଶାରୁ ପଡୋଶୀ ରାଜ୍ୟ ଝାରଖଣ୍ଡ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ପଦ୍ମପୁର ଥାନା ଅଧିକାରୀ ବିଶ୍ୱ ରଂଜନ ଦାସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୨ଲକ୍ଷ୍ ଟଙ୍କା । ଗିରଫ ବ୍ୟକ୍ତିକୁ ଆଜି କୋର୍ଟ ଚାଲାଣ କରାଯାଥିବା ପଦ୍ମପୁର ପୋଲିସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.