Latest Odisha News

BREAKING NEWS

କମାଲ୍ କଲେ କମଲପ୍ରୀତ କୌର, ଅଲିମ୍ପିକ୍ସ ଡିସକସ୍ ଥ୍ରୋ ଫାଇନାଲ ପାଇଁ କ୍ୱାଲିଫାଏ

ଟୋକିଓ: ଅଲିମ୍ପିକ୍ସ ମହିଳା ଡିସକସ ଥ୍ରୋ ଫାଇନାଲ୍ ପାଇଁ କ୍ୱାଲିଫାଏ କରିଛନ୍ତି ଭାରତର କମଲପ୍ରୀତ କୌର । କ୍ୱାଲିଫିକେସନ୍ ରାଉଣ୍ଡରେ ତୃତୀୟ ପ୍ରୟାସରେ ସେ ୬୪ ମିଟର ଫିଙ୍ଗିଥିଲେ । ତାଙ୍କ ଗ୍ରୁପରେ ୩୧ ଜଣ ଖେଳାଳିଙ୍କ ଭିତରେ କମଲପ୍ରୀତ ଦ୍ୱିତୀୟ ସ୍ଥାନରେ ରହିବା ସହ ଫାଇନାଲ୍ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

କମଲପ୍ରୀତ ପ୍ରଥମେ ୬୦.୨୯ ମିଟର, ଦ୍ୱିତୀୟ ଥର ୬୩.୯୭ ମିଟର ଓ ତୃତୀୟ ଥର ୬୪ ମିଟର ଥ୍ରୋ କରିଥିଲେ । ୨୫ ବର୍ଷୀୟ କମଲପ୍ରୀତଙ୍କର ଏହାର ପ୍ରଥମ ଅଲିମ୍ପିକ୍ସ । ଅଗଷ୍ଟ ୨ ତାରିଖରେ ଫାଇନାଲ୍ ରହିଛି । କମଲପ୍ରୀତ ଫାଇନାଲକୁ ଯାଇଥିବା ବେଳେ ନିରାଶ କରିଛନ୍ତି ଅଭିଜ୍ଞ ସୀମା ପୁନିଆ । ସେ ନିଜ ଗ୍ରୁପରେ ସପ୍ତମ ସ୍ଥାନରେ ରହିବା ସହ ଫାଇନାଲରୁ ବାଦ ପଡ଼ିଛନ୍ତି ।

Leave A Reply

Your email address will not be published.