Latest Odisha News

BREAKING NEWS

ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ

ଟୋକିଓ: ଅଲିମ୍ପିକ୍ସ ହକିରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍। ୪୧ ବର୍ଷ ପରେ ଜିତିଲା ପଦକ। ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିିତିଛ। କଡ଼ା ମୁକାବିଲା ହୋଇଥିଲା। ମ୍ୟାଚ୍ ରୋମାାଞ୍ଚ ଭରା ଥିଲା। ଆଟାକିଂ ଖେଲିଥିଲା ଟିମ୍ ଇଣ୍ଡିଆ।

ଏହିି ବିିଜୟ ସହ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି। ଶେଷ ଥର ୧୯୯୦ ମସ୍କୋ ଅଲମ୍ପିକରେ ଭାରତ ହକିରେ ଗୋଲ୍ଡ ମେଡାଲ ଆଣିଥିଲା। ତପରଠୁ ଟିମ୍ ଇଣ୍ଡିଆ ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଥିଲା।

ଆଜି ବ୍ରୋଞ୍ଜ ପାଇଁ ଲଢେଇରେ ଜର୍ମାନୀ ସହ କଡ଼ା ମୁକାବିଲା ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଗୋଲେ ଦେଇଥିଲା ଜର୍ମାନୀ। ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ସିମରନଜିତ ସିଂହ। ମ୍ୟାଚକୁ ୧-୧ରେ ବରାବର କରିଥିଲେ। ହାଫ୍ ଟାଇମ୍ ସୁଦ୍ଧା ଉଭୟ ଦଳ ତିନି ତିନିଟି ଗୋଲ କରିଥିଲେ।

ଏହାପରେ ଆଟାକିଂ ଖେଳିଥିଲା ଭାରତ। ଆଉ
ଦୁଇଟି ଗୋଲ ଦେଇଥିଲା। ୩୧ ମିନିଟରେ ରୁପିନ୍ଦର ପାଲ ସିଂହ ଗୋଲ କରିଥିଲେ। ପଞ୍ଚମ ଗୋଲ କରିଥିଲେ ହରମନପ୍ରୀତ ସିଂହ।

ଶେଷ କ୍ୱାର୍ଟରରେ ଜର୍ମାନୀ ବି ଆଟାକିଂ ଖେଳିଥିଲା। ହାର ମାନି ନଥିଲା। ୪୮ ମିନିଟରେ ଚତୁର୍ଥ ଗୋଲ କରିଥିଲା ଜର୍ମାନୀ। ପେନାଲଟି କର୍ଣ୍ଣରକୁ ଗୋଲ କରିଥିଲେ। ମାଚର ଶେଷ ମୁହୂର୍ତ୍ତରେ ଭାରତ ୫-୪ରେ ଆଗୁଆ ରହିଥିଲା।

ଶେଷ ୬ ସେକେଣ୍ଡରେ ପେନାଲ୍ଟି ପାଇଥିଲେ ବି ଗୋଲ ହେବାକୁ ଜର୍ମାନୀକୁ କୌଣସି ସୁଯୋଗ ଦେଇନଥିଲେ ଭାରତୀୟ ଖେଳାଳି। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ନିଜ ନାଁରେ କରିଛି ଭାରତୀୟ ହକି ଟିମ୍।

Leave A Reply

Your email address will not be published.