Latest Odisha News

BREAKING NEWS

ବକ୍ସର ହ୍ୱାଇଟାକର ରୌପ୍ୟ ପଦକ ପକେଟରେ ପୂରାଇ କାନ୍ଦିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଗ୍ରେଟ ବ୍ରିଟେନ ବକ୍ସର ବେନ ହ୍ୱାଇଟାକର ରୌପ୍ୟ ପଦକ ଜିତିଥିଲେ ମଧ୍ୟ ସେ ଏଥିରେ ସନ୍ତୁଷ୍ଟ ନ ଥିଲେ । ଲାଇଟ-ହେଭିୱେଟ ଫାଇନାଲରେ ସେ କ୍ୟୁବାର ଆର୍ଲେନ ଲୋପେଜଙ୍କ ନିକଟରୁ ପରାଜିତ ହୋଇଥିଲେ । ଏଥିରେ ସେ ଏତେ ମାତ୍ରାରେ ଭାଙ୍ଗି ପଡିଥିଲେ ଯେ, କାନ୍ଦି କାନ୍ଦି ପୋଡିୟମକୁ ଯାଇଥିଲେ । ସେଠାରେ ରୌପ୍ୟ ପଦକ ବେକରେ ନ ପକାଇ ପକେଟରେ ରଖି ଦେଇଥିଲେ ।

ଏହାର କାରଣ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ପୂର୍ବରୁ ଅନେକ ଫାଇଟ ରେ ପରାଜିତ ହୋଇଛି କିନ୍ତୁ ଏହି ପରାଜୟ ମୋତେ ବାଧିଥିଲା । ମୁଁ ଭାଙ୍ଗି ପଡିଥିଲି, ମୋତେ ଲାଗୁଥିଲା ସତେ ଯେପରି ଏହାର ସବୁଠାରୁ ଖରାପ ପ୍ରଦର୍ଶନ ଥଲା । ପଛରେ ଏହି ପ୍ରତିକ୍ରିୟା ନେଇ ଏବେ ଆଶ୍ଚର୍ଯ୍ୟ ହେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.