Latest Odisha News

BREAKING NEWS

୫ମ ଥର ପାଇଁ ଗୋଲ୍ଡେନ ଡକରେ ଆଉଟ ହେଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଗୋଲ୍ଡେନ ଡକରେ ଆଉଟ ହୋଇଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୯ତମ ଡକ ଏବଂ ୫ମ ଗୋଲ୍ଡେନ ଡକ । ଗୁରୁବାର ଇଂଲଣ୍ଡର ସିନିୟର ପେସ ବୋଲର ଜେମ୍ସ ଆଣ୍ଡରସନଙ୍କ ବଲରେ କୋହଲି ଗୋଲ୍ଡେନ ଡକର ଶୀକାର ହୋଇଥିଲେ ।

ଟିମ ଇଣ୍ଡିଆ ଅଧିନାୟକ କୋହଲି ୨୦୧୪ ପରେ ଆଣ୍ଡରସନଙ୍କ ଶୀକାର ହୋଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ ୪୭ ଇନିଂସରେ ଶତକ ହାସଲ କରିପାରି ନାହାନ୍ତି । ନଭେମ୍ବର ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ ।

Leave A Reply

Your email address will not be published.