ଲଦାଖ: ଲଦାଖର ଗୋଗ୍ରା ଶିଖରରୁ ଆଜି ଭାରତ ଏବଂ ଚୀନ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ଶନିବାର ୧୨ତମ କୋର କମାଣ୍ଡରସ୍ତରୀୟ ବୈଠକରେ ଏ ନେଇ ନିଷ୍ପତି ନିଆ ଯାଇଥିଲା । ୪ ତାରିଖରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ଉଭୟ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର । ଗଲୱାନ ଘାଟି ବିବାଦ ପରେ ଉଭୟ ଦେଶ ସୀମାରେ ସୈନ୍ୟ ଠୁଳ କରିବା ଆରମ୍ଭ କରିଥିଲେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଗଲୱାନ ଏହା ପରେ ପେଙ୍ଗାଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର କରି ନିଆ ଯାଇଥିଲା । ହଟସ୍ପ୍ରିଙ୍ଗ, ଦେପସାଙ୍ଗ, ଡେମଚୋକରେ ଚୀନ ସେନା ଏବେ ବି ରହିଛନ୍ତି । ଏ ନେଇ ଚୂଡାନ୍ତ ନିଷ୍ପତି ନିଆଯାଇ ପାରି ନାହିଁ ।
Comments are closed.