ବାରିପଦା : ବାରିପଦା ଅବହେଳିତ ମଧୁବନ ମିନି ଷ୍ଟାଡିୟମ । ପ୍ରତ୍ୟେକ ଦିନ ପ୍ରାୟ ଦୁଇଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏହି ଷ୍ଟାଡିୟମକୁ ପ୍ରାତଃ ଭ୍ରମଣ ପାଇଁ ଆସିଥାନ୍ତି । ବିଭିନ୍ନ ଯୁବ ଖେଳାଳି ମାନେ କ୍ରିକେଟ ଓ ଫୁଟବଲ ଓ ଦୌଡାକୁଦ ଆଦି ଖେଳ ପାଇଁ ଏହା ଉପରେ ନିର୍ଭର କରିଥାନ୍ତି । ତେବେ ବର୍ତମାନ କିନ୍ତୁ ଏହି ପଡିଆ ବିପଦ ସାଜିଛି ଖେଳାଳିଙ୍କ ପାଇଁ। ପଡିଆ ମଧ୍ୟରେ ବଡ଼ବଡ଼ ଘାସ ସହ ବିଭିନ୍ନ ଅନାବନା ଲତା ବାହାରି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଏହା ସହ କିଛି ଅସାମାଜିକ ଯୁବକ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି
ବାରିପଦା ପୌରପରିଷଦ ପଡ଼ିଆର ଉନ୍ନତି କରଣ ନିମନ୍ତେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ଅଧିକାରୀଙ୍କ ଅବହେଳା ଯୋଗୁଁ ଏହା ବର୍ତମାନ ଲୋକଙ୍କ ପାଇଁ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଯଥାଶୀଘ୍ର ଏହି ପଡିଆକୁ ପରିଷ୍କାର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।
Comments are closed.