Latest Odisha News

କୁଳାଙ୍ଗାର ଉବାଚ : ମୁଁ ତ ସବୁ ବୁଝେଇବି

ରାତି ଅଧରେ ବୁଲୁବୁଲୁ ରାସ୍ତାରେ
ଭେଟ ହୋଇଗଲେ ସାମ୍ବାଦିକ ଭାଇ;
ପଚାରିଲି ହୈଓ କଣ ଦରମା ଅଭାବରୁ
ରାତିରେ ବି ନିଦ ହେଉନାଇଁ?

ସାମ୍ବାଦିକେ କହିଲେ ନାଇଁ ଆସିଛି
ରାତିର କର୍ଫ୍ୟୁ ଦେଖିବାକୁ;
ସତକୁ ନିଜ ଆଖିରେ ଦେଖି
ଖବରକାଗଜରେ ଲେଖିବାକୁ!

ମୁଁ କହିଲି ଆରେ ବାଃ ଏହା ତ
ଅଟେ ଅତି ଉତ୍ତମ କଥା;
ସାମ୍ବାଦିକେ ସତ ଦେଖି ଲେଖିଲେ
ଦୂର ହେବ ଅନେକଙ୍କ ବ୍ୟଥା!

ସାମ୍ବାଦିକେ କହିଲେ ଦେଖିଲି
ଯୁବତୀଟେ ଏକୁଟିଆ ଯାଉଛି;
ମୁଁ କହିଲି – ବାଃ ବାଃ ଲେଖ
ଗାନ୍ଧିଙ୍କ ସ୍ବପ୍ନ ଏବେ ସତ ହୋଇଛି!

ସାମ୍ବାଦିକେ କହିଲେ ରାସ୍ତାକଡରେ
ଦଳେ ଖେଳୁଥିଲେ ତାସ୍;
ବୁଝେଇଲି ପଖାଳ ଖାଇ ଶୋଉନି
ଓଡିଆ କୋଢିଆ ନୁହେଁ ବାସ୍!

ପୁଣି କହିଲେ କିନ୍ନରମାନେ
ନିର୍ଭୟରେ ରାସ୍ତାକଡେ ବୁଲୁଛନ୍ତି;
ବୁଝେଇଲି ଏହାକୁ ପରା ଆଜିକାଲି
ନରମ ସ୍ବଛତା ବୋଲୁଛନ୍ତି!

ସାମ୍ବାଦିକେ କହିଲେ ରାତି ଅଧରେ
ବି ମଦ ଦୋକାନ ଖୋଲିଅଛି;
ବୁଝେଇଲି ଅର୍ଥାତ୍ ନିରନ୍ତର
ଆର୍ଥନୈତିକ ଅଭିବୃଦ୍ଧି ଚାଲିଅଛି!

ସାମ୍ବାଦିକେ କହିଲେ ଗୋଟେ ଦିଟା ଛଡା
କୋଉଠି ପୁଲିସ ନାହାନ୍ତି!
ବୁଝେଇଲି ଏହାକୁ ହିଁ ତ
ନିର୍ଭୟ ଆତ୍ମନିର୍ଭରଶୀଳତା କହନ୍ତି!

ସାମ୍ବାଦିକେ ପଚାରିଲେ ରାତି ଅଧରେ
ଆପଣ କଣ କରୁଛନ୍ତି କବି ?
ହାତର ଗଜରା ଶୁଙ୍ଘି କହିଲି ଜାଣିଛି
ସବୁ ପରା ମୁଁ ବୁଝେଇବି!

Leave A Reply

Your email address will not be published.