ପୁରୀ: ବେଶ କିଛିଦିନ ହେଲା ରାଜ୍ୟରେ ପ୍ରତିଦିନ ଭିଜିଲାନ୍ସ ଚଢାଉ ଖବର ସାମ୍ନାକୁ ଆସୁଛି । ଖାସ କରି ଧରାପଡୁଛନ୍ତି ସରକାରୀ କର୍ମଚାରୀ । ଏହି ଧାରାରେ ଆଉ ଜଣେ ସରକାରୀ କିରାଣୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ।
ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । କିରାଣୀ ବାବୁ କୃଷ୍ଣଚନ୍ଦ୍ରଙ୍କର ଶ୍ରୀ ଗୁଣ୍ଡିଚା ବିବାହ ଘର ନିକଟସ୍ଥ ବାସଭବନ, ବ୍ରହ୍ମଗିରି ପୈତୃକ ବାସଭବନ ଓ ଭୁବନେଶ୍ୱରର ନୂଆଗାଁରେ ଥିବା ୩ ମହଲା ଘରେ ଚଢାଉ ହୋଇଥିବା ସୂଚନା ରହିଛି । ଛତୁଆ ଦୁର୍ନୀତି ଓ ଶିଶୁ ବିକାଶ କାର୍ଯ୍ୟରେ ବିନିଯୋଗ ହେବାକୁ ଥିବା ଟଙ୍କା ହେରଫେର ଅଭିଯୋଗକୁ ଭିତ୍ତି କରି କୃଷ୍ଣଚନ୍ଦ୍ରଙ୍କ ଘରେ ଆଜି ସକାଳୁ ତିନୋଟି ଟିମ୍ ଅତର୍କିତ ଭାବେ ଚଢାଉ କରିଥିଲେ ।
Comments are closed.