Latest Odisha News

BREAKING NEWS

୨୩ରୁ ଭୁବନେଶ୍ବରରେ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ବର : ଅଗଷ୍ଟ ୨୩ ତାରିଖରୁ ଭୁବନେଶ୍ବରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ ଗାଇଡ ଲାଇନ୍ ଅନୁସାରେ ସମସ୍ତ ଧାର୍ମାନୁଷ୍ଠାନ ଖୋଲିବାକୁ ନିଆଯାଇଛି ନିଷ୍ପତ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ହେଲେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ୨୩ ତାରିଖରେ ଖୋଲିବ ନା ନାହିଁ ସେ ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେବେ ବୋଲି କୁହାଯାଇଛି ।

ନିର୍ଦ୍ଦେଶ ମୁତାବକ, ଧର୍ମାନୁଷ୍ଠାନରେ ଦର୍ଶନ ପାଇଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ପାରିବେ । କିନ୍ତୁ ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ । ଏହାସହ ମନ୍ଦିର ଭିତରକୁ ଭୋଗ ନେଇପାରିବେ ନାହିଁ ଶ୍ରଦ୍ଧାଳୁ । ମନ୍ଦିର ସହ ଭୁବନେଶ୍ବରରେ ଥିବା ସମସ୍ତ ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ବାରକୁ ୨୩ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ଧର୍ମାନୁଷ୍ଠାନରେ ମାସ୍କ ସାଙ୍ଗକୁ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ଧର୍ମାନୁଷ୍ଠାନ ଭିତରକୁ ଏକାଥରେ ୨୫ ଜଣ ଭକ୍ତ ଭିତରକୁ ଯାଇପାରିବେ । ସେହିପରି ରୀତିନୀତି ସଂପନ୍ନ କରୁଥିବା ପୂଜକଙ୍କର ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଦରକାର । ଏହାସହ କୋଭିଡର ଦୁଇଟି ଡୋଜ୍ ଟିକା ନେଇଥିବା ଆବଶ୍ୟକ । ବୃଦ୍ଧ ବୃଦ୍ଧା, ଗର୍ଭବତୀ ଓ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଧର୍ମାନୁଷ୍ଠାନକୁ ନଆସିବାକୁ ପରାମର୍ଶ ଦିଆଯାଇଛି ।

Comments are closed.