ମୁମ୍ବାଇ: ଫରହାନ ଅଖତରଙ୍କ ଏକ୍ସେଲ ଏଂଟରଟେନମେଂଟ ଜୀ ଲେ ଜରା ନାମ ଏକ ବିଗ ବଜଟେ ଫିଲ୍ମର ଘୋଷଣା କରିଛି । ଦିଲ ଚାହତା ହେ ଓ ଜିନ୍ଦେଗୀ ନା ମିଲେଗି ଦୋବାରା ପରି ଫିଲ୍ମ କରିଥିବା ଫରହାନ ଏହାର ନିର୍ଦ୍ଦେଶନା ଦେବେ । ପ୍ରିୟଙ୍କା ଚୋପ୍ରା ଜୋନ୍ସ, କ୍ୟାଟ୍ରିନା କୈଫ ଓ ଆଲିୟା ଭଟ୍ଟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହା ସମ୍ପୂର୍ଣ୍ଣ ଭାବେ ନାରୀ ପ୍ରଧାନ ଫିଲ୍ମ ହେବ ।
ଜୋୟା ଅଖତାର, ଫରହାନ ଓ ରୀମା କାଗତି ମିଳିତ ଭାବେ ଏହାର କାହାଣୀ ଲେଖିଛନ୍ତି । ୨୦୨୩ରେ ଫିଲ୍ମକୁ ରିଲିଜ କରିବା ପାଇଁ ଯୋଜନା କରାଯାଇଛି । ୧୯୯୯ରେ ରିତେଶ ଓ ଫରହାନ ଏକ୍ସେଲ ଏଂଟରଟେନମେଂଟର ସ୍ଥାପନା କରିଥିଲେ ।
Comments are closed.