ଭୁବନେଶ୍ବର : ଉଦଘାଟିତ ହୋଇଛି ଷ୍ଟେଟ୍ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ । ପୋଲିସ ଡିଜି ଅଭୟ ଏହି ନୂଆ ବିଲ୍ଡିଂକୁ ଉଦଘାଟନ କରିଛନ୍ତି । ଏଣିକି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ ଡିଜି । ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ କରିବ । ଏହାସହ ବିଭିନ୍ନ ଟେଷ୍ଟ କରିବା ପାଇଁ ଏଣିକି ରାଜ୍ୟ ବାହାରକୁ ଯିବାକୁ ପଡିବନି ।
ଏହି ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି ୭ଟି ବିଭାଗ । ଲାଏ ଡିଟେକ୍ସନ ଡଭିଜନ, ଫିଜିକ୍ସ, ସାଇବର ଫରେନ୍ସିକ, ବାଲିସଟିକ୍ସ, ବାୟୋଲୋଜି, ସେରୋଲୋଜି, କେମେଷ୍ଟ୍ରି ଲ୍ୟାବ ସ୍ଥାନାନ୍ତର ହୋଇଛି । ଖୁବଶୀଘ୍ର ଡିଏନଏ ଓ ସାଇବର ଫରେନସିକ୍ସ ଲ୍ୟାବ ଗଠନ କରାଯିବ । ପୂର୍ବରୁ ଅନ୍ୟ ରାଜ୍ୟକୁ ଡିଏନଏ ଓ ସାଇବର ଫରେନସିକ୍ ପାଇଁ ଯିବାକୁ ପଡୁଥିଲା । ହେଲେ ଏବେ ଭୁବନେଶ୍ବରରେ ସବୁ ଟେଷ୍ଟିଂ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ।
Comments are closed.