Latest Odisha News

BREAKING NEWS

ପୁରୀ ବୋମାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ପୁରୀ: ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଜାରି ରଖିଛି ପୁରୀ ପୋଲିସ । ଏକ ବୋମାମାଡ଼ ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲା ସଦାଶିବ ମାନସିଂହ ।  ଟାଉନ ଥାନା ଅନ୍ତର୍ଗତ ଚକ୍ରକୋଟ ଲେନର ବୈଦ୍ୟନାଥ ମହା ସୁଆରଙ୍କ ଘର ଉପରେ ଅଭିଯୁକ୍ତ ଓ ତାର କିଛି ସାଥୀ ପୂର୍ଵ ଶତ୍ରୁତା କୁ ନେଇ ହତ୍ୟା କରିବା ଉଦ୍ଧେଶ୍ୟରେ ବୋମାମାଡ଼ କରିଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଅଭିଯୁକ୍ତ ଠାରୁ ଜୀବନ୍ତ ବୋମା ମଧ୍ୟ ଉଧାର କରିଥିଲେ।

ସେହିପରି ଦାଦାଵଟୀ ମାଗିବା ଅଭି ଯୋଗରେ ପୋଲିସ ସାଗର ପଡିଆ ନୂଆସାହିର ସତ୍ୟ ନାରାୟଣ ପଣ୍ଡା , ବାରବାଟୀ ନୂଆ ସାହି ଲିଙ୍ଗ ରାଜ ଦାସ କୁ ଗିରଫ କରିଛି ପୋଲିସ । ଶ୍ରୀଧର ସାହୁ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ କୁସୁନୁଖୁଣ୍ଟିଆ ଜାଗା ଅଞ୍ଚଳରେ ଅଭିଯୁକ୍ତ ମାନେ ମାରଣାସ୍ତ୍ର ଧରି ଆତଂକ ରାଜ କରି ଲୋକଙ୍କ ଠାରୁ ଦାଦା ବଟି ମାଗୁ ଥିଲେ। ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ଅଭିଯୁକ୍ତ ମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇ ଥିଲେ।

Comments are closed.