Latest Odisha News

ଅନୁବାଦ କବିତା : ଧର୍ମପଦ

ମୂଳ ପାଲି ଗ୍ରନ୍ଥର ସମ୍ପାଦକ: ପ୍ରହ୍ଲାଦ ପ୍ରଧାନ
ଅନୁବାଦ : ଶୈଲେନ ରାଉତରାୟ

ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ ।
ସେହିମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ ।
ପ୍ରଦୂଷିତ ମନେ ଯାହା କୃତ ଓ କଥିତ ।
ତହିଁରୁ ଦୁଃଖ ହୁଅଇ ନିଶ୍ଚିତ ଯେ ଜାତ ।।
ଶଗଡ଼ଚକ ବଳଦ ପଛେ ଗଲା ପରି
ଆବିଳ ମନକୁ ଦୁଃଖ ଯାଏ ଅନୁସରି ।୧।

ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ ।
ସେହି ମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ ।।
ପ୍ରସନ୍ନ ମନରେ ଯାହା କର୍ମ ବା କଥନ ।
କରଇ ଯେବେଣ ଯଦି କେହି ଜଣେ ଜନ ।।
ସୁଖ ପଶ୍ଟାଦଗମନ କରଇ ତାହାରେ ।
ଛାୟା ଯେପରି କାୟାର ପଛେ ଅନୁସରେ ।୨।

ଆକ୍ରୋଶ କରିଲା ମୋତେ ପ୍ରହାର କରିଲା ।
ପରାଜିତ କଲା ମୋର ହରି ସେ ଯେ ନେଲା ।
ଏମନ୍ତ ବିଚାର ଯା’ର ଲାଗି ରହିଥାଏ ।
ବୈର ଭାବ ତା’ର କେବେ ଶାନ୍ତ ଯେ ନ ହୁଏ ।

( ଅନୁବାଦକୀୟ ଟୀକା  : ଏହି ପଦ୍ୟାନୁବାଦଟି ପାଇଁ ଅନୁବାଦକଙ୍କର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ ‘ପାଲି ଧର୍ମପଦ’ ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ ‘ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍’ ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ ‘ଦି ଧମ୍ମପଦ’ ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । )

Leave A Reply

Your email address will not be published.