Latest Odisha News

କାହିଁକି ମଧୁମେହ ରୋଗୀଙ୍କଠାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ?

ବେଜିଂ: ଅନୁସନ୍ଧାନକାରୀମାନେ ଚିହ୍ନଟ କରିଛନ୍ତି ଯେ ଲୋ ମାଇକ୍ରୋ ଆରଏନ୍ଏ (miRNA) ରୋଗ ପ୍ରତିରୋଧକ ଶକ୍ତି ଯୁବକ ଏବଂ ବୟସ୍କ ମଧୁମେହ ରୋଗୀଙ୍କଠାରେ କରୋନା ସଂକ୍ରମଣର ଆଶଙ୍କା ବଢାଇଥାଏ।

ମାଇକ୍ରୋ ଆରଏନ୍ଏସ୍ ହେଉଛି ଜିନ୍ ଏକ୍ସପ୍ରେସନ୍ ରେଗୁଲେଟରର ଏକ ପ୍ରମୁଖ ଶ୍ରେଣୀ ଯାହା ପ୍ରଦାହ ଏବଂ ପ୍ରତିରକ୍ଷା ପ୍ରତିକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଚାଇନାର ନାନଜିଙ୍ଗ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏହି ଅଧ୍ୟୟନରେ ଚାରିଟି ‌ମାଇକ୍ରୋ ଆର୍‌ଏନ୍‌ଏ ଯଥାକ୍ରମେ miRNA – miR-7-5p, miR-24-3p, miR-145-5p ଏବଂ miR-223-3p ଚିହ୍ନଟ ହୋଇଛି। ଏହା ସୁସ୍ଥ ଲୋକଙ୍କଠାରେ ଅଧିକ ଓ ବୟସ୍କ ଏବଂ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଠାରେ ବହୁତ କମ୍ ରହିଥାଏ।

ଦୀର୍ଘକାଳୀନ ବ୍ୟାୟାମ ଦ୍ବାରା ରକ୍ତରେ miRNA ର ସ୍ତର ବୃଦ୍ଧି ପାଇଥାଏ ଏବଂ କରୋନା ବିରୁଦ୍ଧରେ ଉତ୍ତମ ସୁରକ୍ଷା ପ୍ରଦାନ କରିଥାଏ।

Comments are closed.