Latest Odisha News

ତାଲିବାନ ସହ ଟକ୍କର ନେବାକୁ ପ୍ରସ୍ତୁତ ହେଲେ ପୂର୍ବତନ ଉପ ରାଷ୍ଟ୍ରପତି ଅମରୁହ୍ଲା

କାବୁଲ: ଆଫଗାନିସ୍ତାନର ବିଦାୟୀ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହଙ୍କ ବୟାନ ଆଜି ପରୋକ୍ଷରେ ଏକ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ସାଲେହ ତାଲିବାନଙ୍କ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ ତାଲିବାନ ଏ ପର୍ଯ୍ୟନ୍ତ ପଞ୍ଜଶିର ଉପତ୍ୟକା କବଜା କରିପାରି ନାହିଁ । ଏଠାକ୍ଷହ ସାଲେହ ଥିବା ଅନୁମାନ କରାଯାଉଛି । ଶାହ ମାସୁଦଙ୍କ ଆତ୍ମାକୁ ମୁଁ ଠକି ପାରିବିନି । ଆତଙ୍କବାଦୀଙ୍କ ସହ ମରିବା ପର୍ଯ୍ୟନ୍ତ ଲଢ଼େଇ କରିବି ବୋଲି ସେ କହିଛନ୍ତି ।

ପଞ୍ଜଶିରରୁ ନୂଆ ଯୁଦ୍ଧର ଆରମ୍ଭ ହେବା ନେଇ ସେ ପରୋକ୍ଷରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଅମରୁହ୍ଲା ଓ ମାସୁଦଙ୍କ ପୁତ୍ର ଗରିଲ୍ଲା କମାଣ୍ଡୋ ଭାବେ କାର୍ଯ୍ୟ କରି ତାଲିବାନ ଉପରେ ବିଜୟ ହାସଲ କରିଥିଲେ । ତାଲିବାନ ଏଠାରେ ପ୍ରବେଶ କରିପାରିବେ ନାହିଁ ବୋଲି ସ୍ଥାନୀୟ ଲୋକମାନେ ତାଙ୍କ ସହ ସ୍ୱର ମିଳାଇଛନ୍ତି ।

Leave A Reply

Your email address will not be published.