Latest Odisha News

BREAKING NEWS

ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ ଦାବିରେ ସାଇକେଲ ଯାତ୍ରା

ଗୁଣୁପୁର: ଉଭୟ ପ୍ରକଳ୍ପ ଓ ଅର୍ଥ ମଂଜୁର ହୋଇଥିଲେ ହେଁ ଆଗେଇପାରୁନି ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ କାମ । ଦିନକୁଦିନ ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ ଦାବି ଜୋର ଧରିବାରେ ଲାଗିଛି ।

ଆଜି ଗୁଣୁପୁରର ତ୍ରିନାଥ ମନ୍ଦିରଠାରୁ ଅବସରପ୍ରାପ୍ତ ଶିକ୍ଷକମାନେ ସାଇକଲ ରାଲି ଜରିଆରେ ରେଳପଥ ନିର୍ମାଣ ଲାଗି ଦାବି କରିବାକୁ ବାହାରିପଡିଛନ୍ତି । ଅବସରପ୍ରାପ୍ତ ଶିକ୍ଷକଙ୍କ ନେତୃତ୍ୱରେ ୧୫ ଜଣ ଯୁବକ ଦୀର୍ଘ ୮୦ କି.ମି ଯାତ୍ରା କରିଛନ୍ତି । ଆସନ୍ତାକାଲି ରାୟଗଡା ଗସ୍ତରେ ଆସୁଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଗୁଣୁପୁର-ଥେରୁବାଲି ରେଳପଥ ନିର୍ମାଣ କରିବାକୁ ୫ ଦଫା ଦାବିପତ୍ର ପ୍ରଦାନ କରିବେ ।

ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସମୟରେ ଗୁଣୁପୁର-ନୌପଡା ରେଳପଥ ନିର୍ମାଣ ହୋଇଥିଲା । ତାଜା ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଓଡିଶାର ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିବାରୁ ରେଳପଥ ନିର୍ମାଣ ନେଇ ସମସ୍ତେ ଆଶାବାଦୀ ଅଛନ୍ତି ।

Comments are closed.