ମୁମ୍ବାଇ: ଖବର ମୁତାବକ, ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଓ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ତନୟା ଖୁସି କପୁର ଖୁବ୍ ଶୀଘ୍ର ଚଳଚ୍ଚିତ୍ର ଜଗତରେ ପାଦ ଦେଇପାରନ୍ତି।
ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଖୁସି କପୁର ଶାହାରୁଖ୍ଙ୍କ ଝିଅ ସୁହାନା ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ତାଙ୍କ ପ୍ରଥମ ବଲିଉଡ୍ ଡେବ୍ୟୁ କରିବେ। ତେବେ ବୋନି ଏ କପୁର ଏ ବାବଦରେ କିଛି ଜାଣନ୍ତି ସଫା ସଫା କହିଛନ୍ତି।
ନିକଟରେ ପିଙ୍କଭିଲ୍ଲାରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ଖୁସି କପୁର, ସୁହାନା ଖାନ ଏବଂ ଅଗସ୍ତ୍ୟ ନନ୍ଦା ନେଟଫ୍ଲିକ୍ସ ପାଇଁ ଜୋୟା ଅଖତରଙ୍କ ଦ୍ୱାରା ନିର୍ମିତ ଆର୍ଚି କମିକ୍ସ ଏକ ଆଡାପ୍ଟେସନ୍ରେ ଅଭିନୟ କରିବେ।
Comments are closed.