Latest Odisha News

ହ୍ୟାକ ହେଲା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ

ପାଟନା: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ ଶନିବାର ହ୍ୟାକରମାନେ ହ୍ୟାକ କରି ନେଇଥିଲେ । ତାଙ୍କ ଆକାଂଉଟର ନାମ ବଦଳାଇ ଏଲନ ମସ୍କ କରି ଦେଇଥିଲେ । ଏପରିକି ରକେଟ ଲଂଚର ଫଟୋ ସହ ତାଙ୍କ ପ୍ରୋଫାଇଲ ପିକ୍‌ଚର ବି ବଦଳାଇ ଦେଇଥିଲେ । ଅବଶ୍ୟ କିଛି ସମୟ ପରେ ଆକାଂଉଟକୁ ରିକଭର କରି ନିଆ ଯାଇଥିଲା ।

ଶଶି ଥରୁରଙ୍କ ସମ୍ପର୍କରେ ଶତ୍ରୁଘ୍ନ ଟୁଇଟ କରିବା ପରେ ଏହି ଘଟଣା ଘଟିଥିଲା । ପୂର୍ବରୁ ଖୁସବୁ ସୁନ୍ଦର, ଅସଦୁଦ୍ଦିନ ଓୱେସୀଙ୍କ ଆକାଂଉଟ ବି ହ୍ୟାକ ହୋଇଥିଲଶ । ୨୦୧୯ରେ ଶତ୍ରୁଘ୍ନ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।

Comments are closed.