Latest Odisha News

BREAKING NEWS

କବିତା : ସବୁ ରାକ୍ଷୀ ମୋ ଭାଇକୁ ସମର୍ପିତ

ମଞ୍ଜୁଲତା ସାହୁ

ତୋ ସ୍ନେହ ପାଖରେ ବନ୍ଧା ପଡ଼ିଯାଏ
ତୋ ଆଦରକୁ ଆପଣେଇ ନିଏ.
ତୋ ଶ୍ରଦ୍ଧା ସବୁକୁ ହୃଦୟରେ ସାଇତି ନିଏ
ତୋ ପ୍ରେମକୁ ମନ ଭିତରେ ବାଣ୍ଟି ନିଏ
ତୋ ନିରୁତା ଭଲପାଇବା ଆଗରେ ସାରା ଦୁନିଆଟା ତୁଛ ଲାଗେ !

କିଛି ଯଦି ହଜିଯାଏ ମୋତେ ଖୋଜିବାକୁ ପଡେନି,
ତୋ ପାଇଁ ତ କେବେ ମୋ ଜୀବନକୁ ଅନ୍ଧାର ଛୁଏଁନି
ଅସରନ୍ତି ଅଭିମାନ ଅଭିଯୋଗ ତୋ ମୋ ଭିତରେ
ତଥାପି, ମୋ ଲୁହସବୁ ଶୁଖିଯାଏ ଆପେ ଆପେ
ତୋ ଛଳ ଛଳ ପ୍ରେମରେ
ଆଉ ମୋ ଭାଇ ଡାକରେ !

ତୁ ବାରମ୍ବାର କହିଥାଉ
ତୋ ଆଖି ମୋ ସାଖି
ବାସ୍ ସେଥିପାଇଁ ତ
ଆଜି ତୋ ପାଇଁ ସମର୍ପିତ
ଦୁନିଆର ସବୁରାକ୍ଷୀ ।

କାମାକ୍ଷାନଗର

Leave A Reply

Your email address will not be published.