ନୂଆଦିଲ୍ଲୀ : ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ଦିଆଯାଇପାରିବ ସିଙ୍ଗଲ ଡୋଜ ଭାକ୍ସିନ ସ୍ପୁଟନିକ୍ ଲାଇଟ୍ ଟିକା । ଏହାକୁ ମଞ୍ଜୁର ଦେଇଛି ଋଷ । କୋଭିଡରୁ ଆରୋଗ୍ୟ କରିବା କ୍ଷମତା ୯୩.୫ ପ୍ରତିଶତ ଥିବାରୁ ଏହି ଟିକା ଜରିଆରେ କରୋନାକୁ ଦୂର କରାଯାଇପାରିବ ବୋଲି କୁହାଯାଇଛି । ଋଷ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସକୋ କହିଛନ୍ତି- ସ୍ପୁଟନିକ ଲାଇଟର ଆରୋଗ୍ୟ କ୍ଷମତା ୯୩.୫ ପ୍ରତିଶତ ଥିବାରୁ ଏହାକୁ ୬୦ରୁ ଅଧିକ ବୟସ୍କଙ୍କୁ ଦିଆଯିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । କେବଳ ପାରାଗୁଏରେ ୩ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇଛି । ଏହି ଟିକା ନେବା ପରେ ସେମାନେ ଆରୋଗ୍ୟ ହୋଇଥିବା କୁହାଯାଇଛି । ସେପଟେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସ୍ପୁଟନିକ୍ ଲାଇଟ୍ ଓ ଆଷ୍ଟ୍ରାଜେନେକାର କକଟେଲ ଟିକା କୋଭିଡରୁ ଅଧିକ ସୁରକ୍ଷା ଦେଉଥିବା ଦେଖାଯାଇଛି ।
BREAKING NEWS
- ସୟେଦ ମୁସ୍ତାକ ଅଲୀ ଟ୍ରଫି ଅଧାରୁ ଛାଡିଲେ ହାର୍ଦ୍ଦିକ
- ରାସ୍ତାରେ ଗଡୁଛି ୨.୧୯ ଲକ୍ଷ ଇଭି କାର୍, ଭୁବନେଶ୍ବରରେ ୧୨ ଚାର୍ଜିଂ ପଏଣ୍ଟ୍
- Police Clash: IIC ଓ ASI ମଧ୍ୟରେ ହାତାହାତି; ଆକ୍ସନ ନେଲେ ଏସ୍ପି
- ଦିଲ୍ଲୀ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ୍, ପାଲାମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ
- ଆପଣ ବି ବାଜପେୟୀ ହୋଇପାରିବେ, ବିଜେପିରେ ଜଏନ୍ କରି ଯାଆନ୍ତୁ: ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ
- ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା; ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ
- ନୂଆବର୍ଷରେ କିଏ ହେବେ ରାଜା କିଏ ମନ୍ତ୍ରୀ ? ୨୦୨୬ର ଗ୍ରହ ଚଳନ ଓ ଭବିଷ୍ୟବାଣୀ
- ସାମ୍ବାଦିକଙ୍କୁ ମିଳିବ କି ପେନସନ୍; ଜାଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…
- ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି…
Comments are closed.