Latest Odisha News

BREAKING NEWS

ବାଲୁକା କଳାରେ ଭାରତୀୟ ପାରା ଅଲିମ୍ପିଆନଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ଅଂଶ ଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।

ଭାରତୀୟ ପାରା ଅଲିମ୍ପିଆନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ସୁଦର୍ଶନ । ବାଲୁକା କଳା ମାଧ୍ୟମରେ ସେମାନଙ୍କର ସଫଳତା କାମନା କରିଛନ୍ତି । ଚଳିତ ପାରା ଅଲିମ୍ପିକ୍ସରେ ଭାରତରୁ ୫୪ ଜଣ ଆଥଲେଟ୍ ଭାଗ ନେଉଛନ୍ତି ।

Leave A Reply

Your email address will not be published.