Latest Odisha News

BREAKING NEWS

ଗିରଫ ହେଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ନେଇ ଦେଇଥିବା ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଆଜି ଗିରଫ କରାଯାଇଛି।

ପିଟିଆଇ ରିପୋର୍ଟ ଅନୁଯାୟୀ ପ୍ରଥମେ ମନ୍ତ୍ରୀଙ୍କୁ ଥାନାକୁ ଆଣି ଜେରା କରାଯାଇଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ରାଣେଙ୍କର ଉଚ୍ଚ ରକ୍ତଚାପ ଏବଂ ସୁଗାର୍‌ ସମସ୍ୟା ରହିଛି। ତାଙ୍କୁ ପରୀକ୍ଷା କରିବା ପାଇଁ ଜଣେ ଡାକ୍ତରଙ୍କୁ ମଧ୍ୟ ଡକାଯାଇଥିଲା।

ଉଲ୍ଲେଖ ଥାଉ କି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.