Latest Odisha News

BREAKING NEWS

ମୟୁରଭଂଜରେ ଆରମ୍ଭ ହେଲା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

ବାରିପଦା: ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ପାଇଁ ମୟୁରଭଂଜ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ । ଆଜିଠୁ ଜିଲ୍ଲାରେ ଆରମ୍ଭ ହୋଇଛି ALS(ଆଡଭାନ୍ସଡ ଲାଇଫ୍ ସପୋର୍ଟ)BLS(ବେସିକ୍ ଲାଇଫ୍ ସପୋର୍ଟ) ଆମ୍ବୁଲାନ୍ସ ସେବା । ଖାସ କରି ଦୁର୍ଗମ ଇଲାକାରେ ରହୁଥିବା ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ଆନୁଷ୍ଠାନିକ ଭାବେ ଆମ୍ବୁଲାନ୍ଲ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଜିଲ୍ଲା ଦରୁରୀକାଳୀନ ଅଧିକାରୀ ସୁଜୟ ପତି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪ଟି ଉପଖଣ୍ଡରେ ଗୋଟିଏ ଲେଖାଁଏ ଆମ୍ବୁଲାନ୍ସ ନିୟୋଜିତ ହୋଇଛି । ୧୦୮ ଆମ୍ବୁଲାନ୍ସ ସମେତ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଜୁରୁରୀକାଳୀନ ସ୍ଥିତିରେ ବିନା ଶୁଳ୍କରେ ସେବା ପ୍ରଦାନ କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଓମ୍‌ବାଡ୍‌ସି ପକ୍ଷରୁ ଏହି ଆମ୍ବୁଲାନ୍ସଗୁଡିକୁ ଯୋଗାଇଦିଆଯାଇଛି ।

Leave A Reply

Your email address will not be published.